ସଡ଼କ ସୁରକ୍ଷା ସଚେତନତା ପାଇଁ ବୁଲିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ

ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ଼ରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆଜି ସାଧାରଣ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ଟିଟିଲାଗଡ଼ ଜେସିଆଇ, ଟିଟିଲାଗଡ଼ ପୁଲିସ ପ୍ରଶାସନ ସହ ବଲାଙ୍ଗିର ଆରଟିଓ ବିଭାଗର ମିଳିତ ଉଦ୍ୟମରେ ଏହି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ସଡ଼କ ସୁରକ୍ଷା ମାସ ଅବସରରେ ଟିଟିଲାଗଡ଼ ସହର ସର୍ଗିଗୁଡ଼ାରୁ ଏକ ସାଇକେଲ୍ ରାଲି ବାହାରି ସହର ପରିକ୍ରମା କରି ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲା।

ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଟିଟିଲାଗଡ଼ର ଏକ ସାମାଜିକ ଅନୁଷ୍ଠାନ ଜେସିଆଇ। ଟିଟିଲାଗଡ଼ ଉପ-ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଅତିଥି ଭାବେ ଯୋଗଦେଇ ସାଇକେଲ ରାଲିରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ନିଜେ ସାଇକେଲରେ ସହର ପରିକ୍ରମା କରିଥିଲେ। ଏହି ସାଇକେଲ ରାଲିରେ ଛୋଟ ଛୋଟ ପିଲାମାନେ ମଧ୍ୟ ଯୋଗଦେଇ ସଚେତନ କରିଥିବା ଦେଖାଯାଇଥିଲା।