ଗଞ୍ଜାମ ଜିଲ୍ଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। କରୋନା ସଂକ୍ରମଣକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଗାଡ଼ି ଚଳାଚଳକୁ ମନା କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ କେବଳ କୃଷି, ମାଲ୍ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡ଼ି ଚଳାଚଳ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ଲୋକମାନେ ନିଜ ଘରଠାରୁ ୧ କିଲୋମିଟରରୁ ଅଧିକ ଦୂରକୁ ଯିବାକୁ ବାରଣ କରାଯାଇଛି। ସେହିପରି ବରିଷ୍ଠ ନାଗରିକମାନେ ଘରେ ରହିବା ବାଧ୍ୟତାମୂଳକ କରାଯାଇଛି। ସେହିପରି କମ୍ପାନୀ କିମ୍ବା ଅଫିସରେ କାମ କରୁଥିବା ଲୋକମାନେ ନିଜର ‘ଆଇ କାର୍ଡ’ ଦେଖାଇ ଯାଇପାରିବେ ବୋଲି କୁହାଯାଇଛି।