ବୀଣା ତ୍ରିପାଠୀଙ୍କ ଭିନ୍ନ ଅବତାର

ମୁମ୍ବାଇ,ଏଜେନ୍ସି: ଅଭିନେତା କୁନାଲ ଖେମୁ ଓ ରସିକା ଦୁଗଲଙ୍କ ଫିଲ୍ମ ‘ଲୁଟକେଶ୍’ ରିଲିଜ୍ ହୋଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଆଦୃତ ଲାଭ କରିଛି। ଫିଲ୍ମ ସମୀକ୍ଷକମାନେ ମଧ୍ୟ ‘ଲୁଟକେଶ୍’କୁ ଖୁବ୍ ପ୍ରଶଂସା କରିଛନ୍ତି। ‘ଲୁଟକେଶ୍’ ସଫଳ ହେବାପରେ ରସିକା ବର୍ତ୍ତମାନ ‘ମିର୍ଜାପୁର ୨’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ରସିକା କହିଛନ୍ତି ‘ମିର୍ଜାପୁର ୨’ ରେ ବୀଣା ତ୍ରିପାଠୀଙ୍କୁ ଭିନ୍ନ ଅବତାରରେ ଦେଖିବେ ଦର୍ଶକ। ଏହି ଫିଲ୍ମକୁ ନେଇ ବୀଣା ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ‘ମିର୍ଜାପୁର୨’ ବାବଦରେ ରସିକା କହିଛନ୍ତି ସିଜନ୍ ୧ ଦେଖିଥିବା ଦର୍ଶକ ସିଜନ ୨ରୁ ମଧ୍ୟ ଭରପୂର ମଜା ଉଠାଇବେ। ଏଥିରେ କିଛି ନୂଆ ଚରିତ୍ର ନିଆଯାଇଛି, ଯେଉଁଥିରେ ଖୁବ୍ ଭଲ ଅଭିନେତା, ଅଭିନେତ୍ରୀ ଅଭିନୟ କରୁଛନ୍ତି।