ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ ଝାରସୁଗୁଡ଼ା ଆଲୁମିନିୟମ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ଓ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଶ୍ରେଷ୍ଠ ଶ୍ରେଣୀର ଇଞ୍ଜିନିୟରିଂ, ଟେକ୍ନୋଲୋଜୀ ଏବଂ ନବନ୍ୱେଷକୁ ବୃଦ୍ଧି କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। କୋଭିଡ଼-୧୯ର ପ୍ରଭାବକୁ ଦୂର କରିବା ଏବଂ ଅର୍ଥନୀତିକୁ ପୁନଃର୍ଜୀବିତ କରିବା ପାଇଁ ଦେଶରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଚେଷ୍ଟା ଜାରି ରଖିଥିବାବେଳେ ବେଦାନ୍ତ ଉଦାହରଣ ସୃଷ୍ଟି କରିଛି। ପ୍ରଯୁକ୍ତି ବିଦ୍ୟା, ସହଭାଗୀ, ପରାମର୍ଶଦାତା ଓ ଗ୍ରାହକଙ୍କ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରିବାକୁ ବେଦାନ୍ତ ସଂକଳ୍ପବଦ୍ଧ। କମ୍ପାନୀର ଦୃଷ୍ଟିକୋଣ ଏବଂ ଉତ୍ପାଦନ ପ୍ରବୃତ୍ତି ବିଷୟରେ କମ୍ପାନୀର ସିଇଓ ଶ୍ରୀ ସିଏନ୍ ସିଂ କହିଛନ୍ତି ଯେ, ବିଶ୍ୱର ସର୍ବାଧିକ ପସନ୍ଦଯୋଗ୍ୟ ଆଲୁମିନିୟମ ଉତ୍ପାଦକ ଏବଂ ଦେଶର ପ୍ରଗତିରେ ଭାଗିଦାରୀ ହେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଭାରତର ଯୁବ ଇଞ୍ଜିନିୟର ଯେଉଁମାନେ ନିଜର ଅର୍ଜିତ ଜ୍ଞାନକୁ କାର୍ଯ୍ୟରେ ଲଗାଇ ଚମତ୍କାର ଫଳପ୍ରାପ୍ତି ପାଇଁ ସକ୍ଷମ ସେମାନଙ୍କ ପାଇଁ ବେଦାନ୍ତ ଏକ ଗନ୍ତବ୍ୟସ୍ଥଳ। ଆମେ ଆମ ମହିଳା ଇଞ୍ଜିନିୟରମାନଙ୍କ ପାଇଁ ଗର୍ବିତ ଯେଉଁମାନେ ଆଲୁମିନିୟମ ଏବଂ ପାୱାର ଭଳି ଅଣପାରମ୍ପରିକ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ବେଦାନ୍ତ ଝାରସୁଗୁଡ଼ା ପୃଥିବୀର ଏକମାତ୍ର ଆଲୁମିନିୟମ କମ୍ପାନୀ ଯେଉଁଠି କର୍ମଚାରୀଙ୍କ ହାରାହାରି ବୟସ ହେଉଛି ୨୭ ବର୍ଷ ଯେଉଁମାନେ ଏହି ବୃହତ ଅପରେସନକୁ ଚଳାଇଛନ୍ତି।