ବେଦାନ୍ତକୁ ମିଳିଲା ଫିକ୍କି ଇଣ୍ଡିଆ ସ୍ପୋର୍ଟସ୍ ଆୱାର୍ଡ-୨୦୧୯

ଝାରସୁଗୁଡା,ଏନ୍ଏନ୍ଏସ୍: ସିଏସଆର ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ ବେଦାନ୍ତ ପୁରସ୍କୃତ କରାଯାଇଛି। ଏଥିପାଇଁ ଚଳିତ ବର୍ଷ ବେଦାନ୍ତକୁ ଫିକ୍କି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ ୨୦୧୯ ପ୍ରଦାନ କରାଯାଇଛି। ବେଦାନ୍ତ ଲିଃ କ୍ରୀଡା ବିଭାଗର ଅଧ୍ୟକ୍ଷ ଅନନ୍ୟ ଅଗ୍ରୱାଲ, କ୍ରୀଡ଼ାମନ୍ତ୍ରୀ-ଓଡିଶା ସରକାର ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଅବସରରେ “ସିଏସ୍ଆର୍ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ’ ଭଳି ପୁରସ୍କାର ଗ୍ରହଣ କରି ମୁଁ ଗର୍ବିତ ଏବଂ ଏହି ପୁରସ୍କାର ଦେଶର ଯୁବଶକ୍ତିକୁ କ୍ରୀଡା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି କରିବାପାଇଁ ଆମକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ଅନନ୍ୟ ଅଗ୍ରୱାଲ ମତବ୍ୟକ୍ତ କରିଛନ୍ତି। ଆମେ ଭାରତର କ୍ରୀଡ଼ା କ୍ଷେତ୍ରରେ ନୂତନ ଶିଖରରେ ପଦାର୍ପଣ କରିବା ସହ ଦେଶପାଇଁ ଆହୁରି ଅଧିକ ପ୍ରଶଂସା ହାସଲ କରିବୁ ବୋଲି ଅଗ୍ରୱାଲ କହିଛନ୍ତି।

ଦେଶର ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ କ୍ରୀଡା ଉପଯୋଗୀ ବାତାବରଣ ସୃଷ୍ଟି କରିବାରେ ବେଦାନ୍ତର ଉଦ୍ୟମକୁ ଜୁରୀରେ ଜଷ୍ଟିସ ମୁକୁଲ ମୁଦ୍ଗଲ ମାନ୍ୟତା ପ୍ରଦାନ କରିଥିଲେ। ବେଦାନ୍ତ ଦେଶର ସାମାଜିକ ଓ ଆର୍ଥକ ଉନ୍ନତି, ଯୁବଶକ୍ତିର ବିକାଶ, ସମୁଦାୟର ନିର୍ମାଣ, ନାରୀ ସଶକ୍ତିକରଣ ଓ ସୁସ୍ଥ ଜୀବନଶୈଳୀର ଉନ୍ନତିକରଣ ସହିତ କ୍ରୀଡ଼ାକ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରୁଛି। ଏହି ଦିଗରେ କମ୍ପାନୀ ପକ୍ଷରୁ ରାଜସ୍ଥାନର ଜୀଙ୍କ ଫୁଟବଲ ଏକାଡେମୀ ଏବଂ ଗୋଆର ସେସା ଫୁଟବଲ ଏକାଡେମୀ ମାଧ୍ୟମରେ ୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କରାଉଛି।

ପ୍ରକାଶଯୋଗ୍ୟ ଯେ, ଅନ୍ତରାଷ୍ଟ୍ରୀୟ ସ୍ତରରେ ୨୪ଟି ସ୍ୱର୍ଣ, ୩ଟି ରୌପ୍ୟ ଏବଂ ୪ଟି ତାମ୍ର ପଦକ ହାସଲ କରିବା ସହିତ ଅନେକ ଦିବ୍ୟାଙ୍ଗ କ୍ରୀଡ଼ାବିତ୍, ଧନୁର୍ଦ୍ଧର ଏବଂ ବିଭିନ୍ନ ମାରାଥନ ପ୍ରତିଯୋଗିତାକୁ ବେଦାନ୍ତ ପ୍ରୋତ୍ସାହିତ କରିଛି।