ଶକ୍ତି କ୍ଷେତ୍ରରେ ବେଦାନ୍ତକୁ ସ୍ୱର୍ଣ୍ଣ ପଦକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ାର ସିପିପି-୧୨୧୫ ମେଗାୱାଟ୍ କାରଖାନାକୁ ଦୁଇଟି ପ୍ରମୁଖ ପୁରସ୍କାର ମିଳିଛି। ହାଇଦ୍ରାବାଦଠାରେ ସିଆଇଆଇ ପକ୍ଷରୁ ମୋଷ୍ଟ୍ କୋଭଟେଡ୍ ଏନର୍ଜି ଏଫିସିଏଣ୍ଟ ୟୁନିଟ୍ ଆୱାର୍ଡ ୨୦୧୯ ମିଳିଥିବାବେଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସଇଇଏମ୍ ଜାତୀୟ ଶକ୍ତି ପ୍ରବନ୍ଧ ପୁରସ୍କାର ୨୦୧୯ରେ ସ୍ୱର୍ଣ୍ଣ ପଦକ ମିଳିଛି।

ଏହି ଅବସରରେ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସିଏନ୍ ସିଂ କହିଛନ୍ତି ଯେ ଏହି ଦୁଇଟି ପ୍ରସିଦ୍ଧ ଔଦ୍ୟୋଗିକ ସଂସ୍ଥାଠାରୁ ପୁରସ୍କୃତ ହେବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ।ଏଥିସହିତ କମ୍ପାନୀର ଲକ୍ଷ୍ୟ ହାସଲ ଦିଗରେ ବେଦାନ୍ତ ବ୍ୟବସାୟରେ ନିରନ୍ତର ଉନ୍ନତିକରଣ ଦିଗରେ ପ୍ରୟାସ ଜାରି ରଖଥିବାବେଳେ ଏହି ପୁରସ୍କାର ଏହାର ପ୍ରମାଣ ବୋଲି ମତବ୍ୟକ୍ତ କରିଛନ୍ତି।

ସେହିପରି ସିପିପି-୧୨୧୫ ମେଗାୱାଟ୍ ଟିମ୍ ସର୍ବୋତ୍ତମ ଉର୍ଜା ଅଭ୍ୟାସ ଅଭିମୁଖେ ସାମୂହିକ ଯୋଜନା ମାଧ୍ୟମରେ ନିରନ୍ତର ପ୍ରୟାସ କରୁଛି ଏବଂ ଏହି ପୁରସ୍କାର ଏହାର ପ୍ରମାଣ ବୋଲି ଏହି ୟୁନିଟ୍ ର ମୁଖ୍ୟ ଅଜୟ ପାଣ୍ଡେ ମତବ୍ୟକ୍ତ କରିଛନ୍ତି।

ବେଦାନ୍ତ ଝାରସୁଗୁଡ଼ା ୬ ଥର ସିଆଇଆଇର ଏହି ପୁରସ୍କାର ହାସଲ କରିସାରିଛି। ଚଳିତବର୍ଷ ସିଆଇଆଇର ଏହି ପ୍ରତିଯୋଗିତାରେ ମୋଟ ୨୫୦ଟି କମ୍ପାନୀ ଭାଗ ନେଇଥିବାବେଳେ ବେଦାନ୍ତକୁ ମୋଷ୍ଟ କୋଭଟେଡ ଏନର୍ଜି ଏଫିସିଏଣ୍ଟ ପୁରସ୍କାର ମିଳିଛି। ସେହିପରି ଅନ୍ୟ ଉଦ୍ୟୋଗ ତରଫରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବେଦାନ୍ତ ସ୍ୱର୍ଣ୍ଣ ପୁରସ୍କାର ପ୍ରାପ୍ତ କରିଛି।