ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼ାଇଲେ ସରକାର। ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ରୁ ବଢ଼ି ୩୨ ପ୍ରତିଶତ ହୋଇଥିବାବେଳେ ଡିଜେଲ ୨୬ରୁ ୨୮ପ୍ରତିଶତକୁ ବୃଦ୍ଧି ପାଇଛି । ନୂଆ ଦର ଲାଗୁ ପରେ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୩ଟଙ୍କା ୧୧ ପଇସା ଓ ଡିଜେଲ ୧ଟଙ୍କା ୩ ପଇସା ମହଙ୍ଗା ହୋଇଛି। ଏଥି ସହିତ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୧ଟଙ୍କା ୬୯ ପଇସା ହୋଇଥିବାବେଳେ ଡିଜେଲ ୬୭ ଟଙ୍କା ୭୩ ପଇସା ହୋଇଛି।