ଭୁବନେଶ୍ବର,ଏନ୍ଏନ୍ଏସ୍: ପ୍ରତ୍ୟେକ ଜିନିଷକୁ ମୁଲ୍ୟଯୁକ୍ତ କରିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା । ଏହି କ୍ରମରେ ନୂତନ ଭାରତର ଅଭିବୃଦ୍ଧି ନିମନ୍ତେ ମାନବସମ୍ବଳକୁ ମୂଲ୍ୟଯୁକ୍ତ କରାଯିବା ଗୁରୁତ୍ୱପୂର୍ଣ୍ଣ । ଏହା କହିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ।
ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆନୁକୂଲ୍ୟରେ ଚଳିତ ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ‘ଓଡିଶା ସ୍କିଲ୍ କନକ୍ଲେଭ-୨୦୨୩’ । ଏ ନେଇ ଦିଲ୍ଲୀରେ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟରେ ଓଡିଶା ସ୍କିଲ୍ କନକ୍ଲେଭ ଆୟୋଜନ କରି ଆମେ ଆନନ୍ଦିତ । ଏହି କନକ୍ଲେଭର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କ ଆତ୍ମବିଶ୍ୱାସକୁ ଉତ୍ସାହିତ କରିବା, ଏବଂ ସେମାନଙ୍କ କ୍ୟାରିଅରକୁ ଆଗକୁ ନେବାରେ ସାହାଯ୍ୟ କରିବା ।
ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚି କହିଛନ୍ତି ଯେ, ଜାତୀୟ ଦକ୍ଷତା ବିକାଶ ନିଗମ ନିକଟରେ ଆମେ କୃତଜ୍ଞ । ଯାହା ଆମକୁ ଓଡିଶାରୁ କୁଶଳୀ ଶ୍ରମିକଙ୍କ ଅପାର ସମ୍ଭାବନା ପ୍ରଦର୍ଶନ କରିବାରେ ସାହାଯ୍ୟ କରିଛି । ଓଡ଼ିଶାରେ ସ୍କିଲ୍ ଇକୋସିଷ୍ଟମ୍ ପ୍ରତି ଜାତୀୟ ତଥା ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ଦକ୍ଷତା ସୃଷ୍ଟି ହୋଇଛି । ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ରାଜ୍ୟ ସଫଳତାର ସାକ୍ଷୀ ହେବା ପରେ ଆମେ ବିଶ୍ୱସ୍ତରରେ ରାଜ୍ୟର ସ୍ଥିତିକୁ ବିସ୍ତାର ଏବଂ ଦୃଢ କରିବାକୁ ଅପେକ୍ଷା କରିଛୁ ।