ଭାଲେଣ୍ଟାଇନ ଡ଼େ. . .

ପ୍ରତ୍ୟେକ ବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ କ୍ଲାଉଡ଼ିୟସ ଡ଼େ ଭାବରେ ପାଳନ କରାଯାଏ। ଏହି ଦିନ କପଲ୍ସ ଗୋଲାପ ଫୁଲ, ଚକୋଲେଟ ଓ ଅନେକ ପ୍ରକାର ଉପହାର ପରସ୍ପରକୁ ଦେଇ ତାଙ୍କ ଭଲ ପାଇବାକୁ ପ୍ରମାଣିତ କରିଥାନ୍ତି। ଏହି ଦିନର ଇତିହାସ ରୋମରୁ ଆରମ୍ଭ ହୋଇଛି। ରୋମର ସନ୍ଥ ଭାଲେଣ୍ଟାଇନ ପୂରା ଦୁନିଆରେ ପ୍ରେମ ବାଣ୍ଟିବାକୁ ଚାହୁଁଥିଲେ। କିନ୍ତୁ ରୋମର ରାଜା ସମ୍ରାଟ କ୍ଲାଉଡ଼ିୟସଙ୍କୁ ଏହି କଥା ପସନ୍ଦ ନଥିଲା।

କ୍ଲାଉଡ଼ିୟସଙ୍କୁ ଲାଗୁଥିଲା ରୋମର ଲୋକମାନେ ତାଙ୍କ ପତ୍ନୀ ଓ ପରିବାରଙ୍କ ସହିତ ମଜଭୂତ ସମ୍ପର୍କ ଥିବା ଯୋଗୁ ସେନାରେ ଭର୍ତ୍ତି ହୋଇପାରୁ ନାହାଁନ୍ତି। ଅଧିକ ଲୋକ କିପରି ସେନାରେ ଭର୍ତ୍ତି ହେବେ ସେଥିପାଇଁ ରାଜା କ୍ଲାଉଡିୟସ ବିବାହ ଉପରେ ପ୍ରତିବନ୍ଧ ଲଗାଇଦେଲେ। ରାଜାଙ୍କର ଏହି ଆଦେଶକୁ ସନ୍ଥ ଭାଲେଣ୍ଟାଇନ୍ ବିରୋଧ କରିଥିଲେ। ଏହି ବିରୋଧ ମଧ୍ୟରେ ସେ ଅଧିକାରୀ ଓ ସୈନିକମାନଙ୍କ ବିବାହ କରାଇଥିଲେ। ସନ୍ଥଙ୍କ ଏହି ବିରୋଧରେ କ୍ଷୁବ୍ଧ ହୋଇ ରାଜା କ୍ଲାଉଡ଼ିୟସ୍ ତାଙ୍କୁ ୧୪ ଫେବୃଆରୀ ଦିନ ଫାଶୀ ଦେଇଥିଲେ। ସେଥିପାଇଁ ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ୧୪ ଫେବୃଆରୀକୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ ଭାବରେ ପାଳନ କରାଯାଏ।