ଚାଲ ବୁଲିଯିବା ଭୈରବଗଡ ବାଲିଯାତ୍ରା

ରାୟଗଡ଼ା , ମୁନିଗୁଡା : ଏନ୍ଏନ୍ଏସ୍ – ମୁନିଗୁଡା ବ୍ଲକ ଅନ୍ତର୍ଗତ ଭୈରବଗଡ ଗାଁରେ ଅନୂଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବାଲିଯାତ୍ରା ମହୋସ୍ଛବ। ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଭୈରବୀଙ୍କ ପାଟ ଖଣ୍ଡା ଧରି ପୂଜାରୀ (କାଳସୀ)କଣ୍ଟା ଦୋଳିରେ ଝୁଲିଝୁଲି ଭକ୍ତ ସମୂହଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଭିନ୍ନ ଅଂଚଳରୁ ଆସିଥିବା ଦର୍ଶନାର୍ଥୀ ଠାକୁରାଣୀ ମାଆଙ୍କୁ ନଡିଆ, କଦଳୀ, ଗଜାମୁଆଁ ଓ ପଣା ଭୋଗ ଲାଗି କରିଥିବା ବେଳେ କିଛି ମାନସିକଧାରିମାନେ କୁକୁଡା, ଛାଗ ବଳି ଦେଉଥିବା ଦେଖିବାକୁ ମିଳିଥିଲା।

ମା”ଠାକୁରାଣୀ ଆଜି ପୂଜାରୀଙ୍କ ଶରୀରରେ ଉଭା ହୋଇଥାନ୍ତି ବୋଲି ସଭିଙ୍କ ବିଶ୍ବାସ ଥାଏ। ଜନଶୃତି ଅଛି ଯୁଦ୍ଧକୁ ଯିବା ସମୟରେ କ୍ଷତ୍ରିୟ ପାଇକମାନେ ଅଗ୍ନିଦେବଙ୍କୁ ପୂଜା କରି ଶକ୍ତି ପ୍ରାପ୍ତ ହେବା ସହ ମାଆଙ୍କ ଆଶ୍ରିବାଦ ଭିକ୍ଷା କରିଥାନ୍ତି । କେଉଁ ଅନାଦି କାଳରୁ ଏ ପରମ୍ପରା ଭୈରବଗଡରେ ଆଜି ପର୍ୟ୍ୟନ୍ତ ଚାଲିଛି । ଆଜିର ମୂଖ୍ୟ ଆକର୍ଷଣ ପୂଜାରୀଙ୍କ କଣ୍ଟା ଦୋଳିରେ ଝୁଲିବା,ଡହଡହ ଜଳନ୍ତା ଅଗ୍ନିରେ ପୂଜାରୀଙ୍କ ଖାଲି ପାଦରେ ଏପଟ ସେପଟ ଚାଲିବା ଓ ବାଲିଗଜା ବିସର୍ଜନ କାର୍ୟ୍ୟକ୍ରମ।ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଭଜନ ସନ୍ଧ୍ୟା,ଅପେରା ଓ ନୂର୍ତ୍ୟନାଟିକା ଦର୍ଶକଙ୍କ ମନ ମୋହିଥିଲା।

ଏକାଧାରରେ ଏହି ପର୍ବ କୃଷି ଭିତିକ ଓ ସମର ପ୍ରସ୍ତୁତିର ଏକ ମିଳାମିଶା ମହୋତ୍ସବ ।ଠାକୁରାଣୀ ପ୍ରସନ୍ନତା ପୂଜାରୀଙ୍କୁ ସହାୟତା କରିଥିଲେ ଶ୍ରୀ ଦିବାକର ଦଳପତି,ଇଶ୍ବର ପୂଜାରୀ,ଦନା ଦଳେଇ ପ୍ରମୂଖ।ଏହି ପ୍ରସିଦ୍ଧ ପର୍ବକୁ ଆହୁରି ପ୍ରସିଦ୍ଧି କରିବାରେ ଅହଂ ଭୂମିକା ନିଭାଇଥିଲେ ସଭାପତି ଶ୍ରୀରାଧାମୋହନ ଦଳପତି, ସମ୍ପାଦକ ଶ୍ରୀ ପରମାନନ୍ଦ ଗନ୍ତାୟତ ,ମଧୁମାଣ୍ଡାଦି,ଅନୀଲକୁଅଁର,ମନୋଜ ମହାକୁଡ, ଦିଗାମ୍ବର ସିକକା ଓ ଭୈରବ ପ୍ରସାଦ ସାହୁ ପ୍ରମୂଖ ସଭ୍ୟମାନେ ।