ଭିକାରୀ ଓ ମାନସିକ ବିକୃତଙ୍କୁ ମିଳିବ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତଙ୍କୁ ଟିକା ଦିଆଯିବ। ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଏସିଏସ୍ ସବୁ ଜିଲ୍ଲାପାଳ ଓ ପୁଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି। ଟିକାକରଣ ପାଇଁ ପରିଚୟ ପତ୍ର ଦେଖାଇବାକୁ ପଡ଼ୁଥିବାବେଳେ ଭିକାରୀ ଓ ମାନସିକ ବିକୃତ ଭଳି କିଛି ଲୋକଙ୍କ ପାଖରେ ଏସବୁ ନାହିଁ। ତେଣୁ ସେମାନଙ୍କୁ ବି ସଂକ୍ରମଣ ଭୟ ରହୁଥିବାବେଳେ ଟିକାକରଣ କରାଯିବା ନିହାତି ଜରୁରୀ ବୋଲି ଏସିଏସ୍ କହିଛନ୍ତି।