ଅଳ୍ପ ଦିନରେ ଭ୍ୟାକ୍ସିନ ଲାଗି ମିଳିବ ଅନୁମତି : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶକୁ ଖୁବଶୀଘ୍ର କରୋନା ଭ୍ୟାକ୍ସିନ ମିଳିବାକୁ ଯାଉଛି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ଯେ, ଭ୍ୟାକ୍ସିନ ଟ୍ରାଏଲ ଅନ୍ତିମ ଚରଣରେ ପହଂଚିଯାଇଛି। ଚଳିତ ବର୍ଷ ଶେଷ କିମ୍ବା ଆଗାମୀ ବର୍ଷର ପ୍ରଥମ ମାସରେ ଆପାତକାଳୀନ ଅନୁମତି ମିଳିଯାଇପାରେ। ଆଗାମୀ ୨-୩ ମାସ ମଧ୍ୟରେ ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ଆରମ୍ଭ ହୋଇଯିବ। ଆଗାମୀ ମାସ ପ୍ରାରମ୍ଭରେ ଗୋଟିଏ ନୁହେଁ ବରଂ ୨-୩ଟି ଭ୍ୟାକ୍ସିନ ମିଳିଯିବ। ଅଧିକ ଭ୍ୟାକ୍ସିନ ରହିବ ତ ଅଧିକ ପରିମାଣରେ ଭ୍ୟାକ୍ସିନ ଉପଲବ୍ଧ ହେବ।

ଗୁଲେରିୟା ଆହୁରି କହିଛନ୍ତି ଯେ, ‘ଜଣଙ୍କୁ କରୋନା ହୋଇଥିଲେ ପୁଣିଥରେ ୬ ମାସ କିମ୍ବା ବର୍ଷକ ମଧ୍ୟରେ ଆଉ ଥରେ ହେବନି ବୋଲି କହିହେବ ନାହିଁ। ଭ୍ୟାକ୍ସିନ ଲଗାଇଲେ କୌଣସି କ୍ଷତି ହେବ ନାହିଁ ବରଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ।’