ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହେବ କୋଭିଡ ଭ୍ୟାକ୍ସିନ: ଫାଇଜର ସିଇଓ

ନୂଆଦିଲ୍ଲୀ: କୋଭିଡ -୧୯ ରୋକିବା ନେଇ ଅକ୍ଟୋବର ସୁଦ୍ଧା ଭ୍ୟାକ୍ସିନ ଆସିପାରେ। ଏପରି ଏକ ଦାବି କରିଛି ବୈଶ୍ୱିିକ ଔଷଧ ନିର୍ମାତା କମ୍ପାନୀ ‘ଫାଇଜର’। କମ୍ପାନୀର ସିଇଓ ଅଲବର୍ଟ ବୋରଲା ଏନେଇ ସୂଚନା ପ୍ରଦାନ କରିଛନ୍ତି। ଫାଇଜର ଜର୍ମାନୀର ଏନଆରଏନଏ କମ୍ପାନୀ ବାୟୋଏନଟେକ ସାହାଯ୍ୟରେ କୋଭିଡ ୧୯କୁ ରୋକିବା ପାଇଁ ବିଏନଟୀ ୧୬୨ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଆମେରିକା ଓ ୟୁରୋପରେ କ୍ଲିନିକାଲ ପରୀକ୍ଷଣ କରୁଛି।

ବୋରଲା ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫାର୍ମାସ୍ୟୁଟିକାଲ ମେନ୍ୟୁଫେକଚର୍ସ ଏଣ୍ଡ ଆସୋସିଏସନ (ଆଇଏଫପିଏମଏ) ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଭାଗ ନେଇ ଏପରି ସୂଚନା ଦେଇଛନ୍ତି। ଏହି ଅବସରରେ ବୋରଲା କହିଛନ୍ତି କି, ‘ଯଦି ସବୁକିଛି ଠିକ୍ ରୁହେ ତା’ହେଲେ ଆମ ପାଖରେ ଏଫଡୀଏ (ୟୁଏସ ଫୁଡ୍ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ) ଏବଂ ଇଏମଏ (ୟୁରୋପୀୟ ମେଡିସିନ ଏଜେନ୍ସୀ)ର ସୁରକ୍ଷା ଓ ପ୍ରଭାବକାରିତା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଥିବ। ଆଉ ଅକ୍ଟୋବର ଶେଷ ସୁଦ୍ଧା ଆମ ପାଖରେ ଏକ ଭ୍ୟାକ୍ସିନ ଥିବ ।’