କିଛି ସପ୍ତାହରେ ଆସିବ ଭ୍ୟାକ୍ସିନ : ମୋଦୀ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ‘ଆସନ୍ତା କିଛି ସପ୍ତାହ ମଧ୍ୟରେ ଭ୍ୟାକ୍ସିନ ମିଳିଯିବ। ଆମେ ଏବେ ଅନ୍ୟ ଦେଶର କରୋନା ଭ୍ୟାକି୍ସନ ନାମ ବଜାରରେ ଶୁଣୁଛୁ। କିନ୍ତୁ ସମଗ୍ର ବିଶ୍ୱ କମ୍ ମୂଲ୍ୟଯୁକ୍ତ, ସବୁଠୁ ସୁରକ୍ଷିତ ଭ୍ୟାକ୍ସିନ ଚାହୁଁଥିବାରୁ ସମସ୍ତଙ୍କ ନଜର ଭାରତ ଉପରେ ରହିଛି।’

ମୋଦୀ ଆହୁରି କହିଛନ୍ତି ଯେ, ପାଖାପାଖି ୮ଟି ସମ୍ଭାବିତ ଭ୍ୟାକ୍ସିନ ଟ୍ରାଏଲରେ ଭିନ୍ନ ଭିନ୍ନ ଚରଣରେ ପହଞ୍ଚିଛି ଯାହାର ଉତ୍ପାଦନ ଭାରତରେ ହେବ। ଭାରତର ୩ଟି ସ୍ୱଦେଶୀ ଭ୍ୟାକ୍ସିନର ଟ୍ରାଏଲ ମଧ୍ୟ ଭିନ୍ନ ଭିନ୍ନ ଚରଣରେ ପହଞ୍ଚିଯାଇଛି। ବିଶେଷଜ୍ଞଙ୍କ କହିବାନୁସାରେ ଭ୍ୟାକ୍ସିନ ପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବନି। କିଛି ସପ୍ତାହରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ହୋଇଯିବ। ବୈଜ୍ଞାନିକ ସବୁଜ ସଙ୍କେତ ଦେଖାଇବା ମାତ୍ରକେ ଭାରତରେ ଟିକାକରଣ ଆରମ୍ଭ ହୋଇଯିବ।