ଆମେରିକାରେ ଡିସେମ୍ବର ୧୧ କିମ୍ବା ୧୨ରୁ ଆରମ୍ଭ ହେବ ଟୀକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆମେରିକାରେ ଡିସେମ୍ବର ୧୧ କିମ୍ବା ୧୨ ତାରିଖରେ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ। ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି। ଆମେରିକାର ଔଷଧ କମ୍ପାନୀ ଫାଇଜର ଓ ତା’ର ସହଯୋଗୀ ବାୟୋଏନଟେକ୍ କୋଭିଡ-୧୯ ଟୀକାକୁ ଆପାତକାଳୀନ ବ୍ୟବହାର ଲାଗି ଆମେରିକାର ଖାଦ୍ୟ ଏବଂ ଔଷଧୀୟ ପ୍ରଶାସନ (ଏଫଡୀଏ) ନିକଟରେ ଆବେଦନ କରିଛନ୍ତି। ଏଫଡୀଏର ଟୀକା ସମ୍ବନ୍ଧୀୟ ପରାମର୍ଶ ସମିତିର ବୈଠକ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ।

ଆମେରିକା ଟୀକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ମନସେଫ ସ୍ଲାଉ କହିଛନ୍ତି ଯେ, ‘ ମଞ୍ଜୁରୀ ମିଳିବାର ୨୪ ଘଣ୍ଟା ମଧ୍ୟରେ ଟୀକାକୁ ଟୀକାକରଣ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚାଇବାକୁ ପଡ଼ିବ। ଲାଗୁଛି କି ମଞ୍ଜୁରୀ ମିଳିବାର ୨ ଦିନ ଅର୍ଥାତ୍ ଡିିସେମ୍ବର ୧୧ କିମ୍ବା ୧୨ ତାରିଖରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ।