ବେଦାନ୍ତ ପକ୍ଷରୁ ଟିକାକରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଦ୍ୱାରା ମା’ ସମଲେଶ୍ୱରୀ ନଗର ଏବଂ ଭିନ୍ନକ୍ଷମ ପିଲାଙ୍କ ବିଦ୍ୟାଳୟରେ କରୋନା ଟିକାକରଣ ଶିବିର ଆୟୋଜନ କରାଯାଇଛି। ଏହି ପରିପ୍ରକ୍ଷେୀରେ ୨ଶହରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା ନେଇ ସୂଚନା ମିଳିଛି। ପୂର୍ବରୁ ବେଦାନ୍ତର ସମସ୍ତ କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ସେମାନଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ବେଦାନ୍ତ କେୟାର କୋଭିଡ ଟିକାକରଣ ଅଭିଯାନ ଅଧୀନରେ ଏକ ବୃହତ ଟିକାକରଣ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ କେବଳ ଝାରସୁଗୁଡ଼ାରେ ଆଜିପର୍ଯ୍ୟନ୍ତ ୧୪,୫୦୦ରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି।

ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ, ବେଦାନ୍ତ କେୟାର ଟିକାକରଣ ଅଭିଯାନ ଭାରତର ବୃହତ କର୍ପୋରେଟ ଅଭିଯାନ ମଧ୍ୟରେ ଗୋଟିଏ। ଆମର ଇକୋସିଷ୍ଟମରେ ୧୦୦ ପ୍ରତିଶତ ଟିକାକରଣ ନିଶ୍ଚିତ କରିବା ଏହାର ଲକ୍ଷ୍ୟ। ଆମେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ଏବଂ ସ୍ଥାନୀୟ ନାଗରିକଙ୍କୁ ନିରାପଦ ତଥା ସୁସ୍ଥ ରଖିବା ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛୁ। କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ବେଦାନ୍ତ ଝାରସୁଗୁଡ଼ାର ଜିଲ୍ଲା କୋଭିଡ ହସ୍ପିଟାଲକୁ ୨୦ଟି ଆଇସିୟୁ ବେଡ୍, ୨୦ ଟି ଭେଣ୍ଟିଲେଟର, ୨୦୦ ଅମ୍ଳଜାନ ଫ୍ଲୋ-ମିଟର ଓ ୨ହଜାର ଏନ୍-୯୫ ମାସ୍କ ଯୋଗାଇଛି। ନିରନ୍ତର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହି ହସ୍ପିଟାଲରେ ଏକ ଡିଜେଲ ଜେନେରେଟର (ଡିଜି) ସ୍ଥାପନ କରିଛି ଏବଂ ଲଜିଷ୍ଟିକ୍ ସହାୟତା ପାଇଁ କର୍ମଚାରୀ ଓ ଆମ୍ବୁଲାନ୍ସ ଯୋଗାଇ ଦେଇଛି।