ଟିଆରଏଲ କ୍ରୋସାକି ପକ୍ଷରୁ ଟୀକାକରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ସ୍ଥିତ ଟିଆରଏଲ କ୍ରେସାକି ରିଫ୍ରାକ୍ଟୋରିଜ୍ ଶ୍ରମିକ ସଂଘ ପକ୍ଷରୁ ବାଲ୍ୟଶ୍ରୀ ସିଏସଆର ପ୍ରୋଜେକ୍ଟ ଜରିଆରେ ଶିଶୁଙ୍କ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହାୟତାରେ କୋଭିଡ-୧୯ର ସମସ୍ତ ନୀତି ନିୟମ ଅବଲମ୍ବନ କରି ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବର୍ଗର ଶିଶୁଙ୍କୁ ଓପିଭି, ଆଇପିଭି, ଡିପିଟି, ବସିଜି, ଆଭି, ପିଭି, ଏମଆର ସହିତ ଭିଟାମିନ ଆଦି ପ୍ରଦାନ କରାଯାଇଥିଲା। ସେହିପରି ମା’ମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଭିଟାମିନ ଔଷଧ ଆଦି ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ବରୁଣ ସାଗର, ପ୍ରଭାତୀ ଭୋଇ, ଚଞ୍ଚଳା ଭଏଁଷାଲ ଏହି କାର୍ଯ୍ୟକୁ ନିର୍ବାହ କରିଥିବାବେଳେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ରାଜକିଶୋର ରାଉତ ଓ ଉପସଭାପତି ଅନୀଲ ମହାନ୍ତିଙ୍କ ସହିତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।