ଦେଓଗାଁ ସିଏଚସିରେ ୮୮ଜଣ ନେଲେ କରୋନା ଟିକା

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି। ପ୍ରଥମ ଦିନରେ ୭ଜଣ ଡ଼ାକ୍ତରଙ୍କ ସହ ମୋଟ ୮୮ଜଣ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି। ପ୍ରଥମେ ଦେଓଗାଁ ସିଏଚସି ଅଧିକାରୀ ଡା. ସୁରେନ୍ଦ୍ର ପରକିଆ, ଡା. ମହାନ୍ତି, ଏମଏଚୟୁର ଡା. ପ୍ରମୋଦ ସାହୁ, ଡା. ଦେବାର୍ଚନା ମଲ୍ଲିକ, ଡା. ସୁବଳ ମିଶ୍ର. ଡା. ଜୋଗମାୟା ଭାରତୀ ବାଗ, ଡା. ମମତା ମୟୀ ଦାଶଙ୍କ ସହ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେଇଥିଲେ।  ପ୍ରକାଶ ଥାଉକି, ଦେଓଗାଁ ବ୍ଲକରେ କରୋନା ଟିକା ଦେବାକୁ ୪୦୦ ଡୋଜ ଆସିଛି। ପର୍ଯ୍ୟାୟ କ୍ରମେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଏହି ଟିକା ପ୍ରଦାନ କରାଯିବ ବୋଲି ଦେଓଗାଁ ଗୋଷ୍ଠୀ ସ୍ୱସ୍ଥ୍ୟ ଅଧିକାରୀ ଡ. ସୁରେନ୍ଦ୍ର ପରକିୟା ସୂଚନା ଦେଇଛନ୍ତି।