ଡେରାଡୁନ,ଏଜେନ୍ସି: ରୋମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରାଖଣ୍ଡ କେଦାରନାଥ ମନ୍ଦିର ପୁରୋହିତ ଧମକ ଦେଇଛନ୍ତି। ମୋଦୀଙ୍କ କେଦାରନାଥ ଯାତ୍ରା ପୂର୍ବରୁ ତାଙ୍କୁ ଧମକ ଦେଇଛନ୍ତି ପୁରୋହିତ। ମୋଦୀଙ୍କୁ କେଦାରନାଥ ମାଟିରେ ପାଦ ପକାଇ ଦେବୁନି ବୋଲି ପୁରୋହିତ ବୁଜବହ୍ଲଭ ବଗ୍ବାଡି କହିଛନ୍ତି।
ମନ୍ଦିର ନବୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରି ପୁରୋହିତ ଏପରି ଧମକ ଦେଇଥିବା ଜଣାପଡିଛି। ସେ କହିଛନ୍ତି ଯେ ମୋଦୀ କେଦାନପୁରୀର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ସରକାର ପୂର୍ବ ସରକାର ତୁଳନାରେ ଦୁର୍ନୀତି କରୁଛି। ଉତ୍ତରକାଶୀସ୍ଥିତ ନେହେରୁ ପର୍ବତାରୋହଣ ସଂସ୍ଥା ଦ୍ୱାରା କୋଟି କୋଟି ଟଙ୍କାର ବିଶ୍ରାମ ଗୃହ ତିଆରି ହେବା ପରେ ଏହାକୁ ସମ୍ପ୍ରସାରଣ ଆଳରେ ଭାଙ୍ଗି ଦିଆଗଲା। ସେହିପରି ନଦୀ କୂଳରେ ୨୦ କୋଟିରେ ତିଆରି ଘାଟକୁ ମଧ୍ୟ ଧ୍ୱଂସ କରିଦିଆଯାଇଛି। ମୁଖ୍ୟରାସ୍ତାରେ ଥିବା ଅନେକ ଭଲ ପଥରକୁ ସେଠାରୁ ନିଆଯାଇ ଅନ୍ୟ ସ୍ଥାନରେ ପକାଯାଇଛି।
ଏସବୁ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ସେ ଭେଟୁ ନଥିବା ପୁରୋହିତ ଅଭିଯୋଗ କରିଛନ୍ତି। ମନ୍ଦିର ବୋର୍ଡ ମଧ୍ୟ ମନଇଚ୍ଛା କାର୍ଯ୍ୟ କରିବା ସହ ପୁରୋହିତଙ୍କ ଧାର୍ମିକ ଅଧିକାରରେ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ମୋଦୀଙ୍କ ଗସ୍ତ ପୂର୍ବରୁ ଏସବୁ ସମାଧାନ ନ ହୁଏ ତେବେ ତାଙ୍କ ଗସ୍ତକୁ ବର୍ଜନ କରିବା ସହ ହେଲିପ୍ୟାଡରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।