ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟା ଦେଲେ ଇସ୍ତଫା

ନୂଆଦିଲ୍ଲୀ: ନିର୍ବାଚନୀ ରାଜ୍ୟ ଉତ୍ତରାଖଣ୍ଡରୁ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବେବି ରାନୀ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଠାଇ ଦେଇଛନ୍ତି। ସେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲଢ଼ିବେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ବେବି ରାନୀ ମୌର୍ଯ୍ୟା ଆଗ୍ରାର ମେୟର ରୂପେ କାର୍ଯ୍ୟଭାର ତୁଲାଇଛନ୍ତି। ଉତ୍ତରାଖଣ୍ଡର ରାଜ୍ୟପାଳ ରୂପେ ମଧ୍ୟ ୩ ବର୍ଷ ବିତାଇ ସାରିଛନ୍ତି।