ଉତ୍କଳ ଆଲୁମିନାର ଖଣି ଅଚଂଳରେ ନିଯୁକ୍ତି ଦାବୀ କରି ଗିରଫ ହେଲେ ୩୪ ମହିଳା

୩୪ ମହିଳା ସହିତ ଜେଲଗଲେ ୮ ଶିଶୁ

ରାୟଗଡ଼ା,ଏନ୍ଏନ୍ଏସ : ଉତ୍କଳ ଆଲୁମିନା ପରିଷରରେ ପୁଣି ଦେଖା ଦେଇଛି ଉତେଜନା । ଉତ୍କଳ ଆଲୁମିନା ଅଧିକାରିଙ୍କୁ ଆକ୍ରମଣ ଅଭିଯୋଗରେ ଅଣ୍ଡିରାକଚଂ ପୁଲିସ ୩୪ ମହିଳା ଆନ୍ଦୋଳନ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟି କୋଣରୁ ଖଣି ଅଚଂଳ ମୁଖ୍ୟ ଫାଟକ ଏବଂ ଚନ୍ଦ୍ରଗିରି ଛକରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଘଟଣାରେ ତୀକ୍ଷ୍ମ ନଜର ରଖିଛି ପୁଲିସ । ଅନ୍ୟପକ୍ଷରେ ଖଣି ଅଚଂଳକୁ କୈଣସି ଗାଡ଼ିକୁ ଛାଡ଼ୁନଥିବାରୁ ଖଣି ଉତ୍ପାଦନରେ ମଧ୍ୟ ବାଧା ଦେଖା ଦେଇଛି ।

ଉତ୍କଳ ଆଲୁମିନାର ବଫଲା ମାଳି ଖଣି ଅଚଂଳରେ ନିଯୁକ୍ତ ଦାବୀରେ ପାଇକ କୁପାଖାଲ ଗ୍ରାମର ମହିଳା ଏବଂ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଥିଲେ । ୨ ତାରିଖରୁ ଏହି ଆନ୍ଦୋଳନ ଚାଲିଥିବା ବେଳେ ଖଣି ଅଚଂଳକୁ କୈଣସି କର୍ମଚାରି କିମ୍ବା ଅଧିକାରିଙ୍କୁ ଛାଡ଼ୁନଥିଲେ । ଗତ ସନ୍ଧ୍ୟାରେ ଏହା ଉଗ୍ରରୁପ ନେଇଥିଲା । ଖଣିରେ ଫସି ରହିଥିବା କର୍ମଚାରିଙ୍କୁ ଖାଦ୍ୟ ଏବଂ ଔଷଧ ନେଇ ଗତ ସନ୍ଧ୍ୟାରେ ମାଇନସ ମେଇନସ ମେନେଜର ସୁକାନ୍ତ ମହାପାତ୍ର ଏକ ଗାଡ଼ିରେ ନିଜ ସହୋଯୋଗି ବିନେଦ ପୁଜାରୀ , ପ୍ରସାନ୍ତ ସିଂ , ସମିର ମହାନ୍ତିଙ୍କ ସହ ଖଣି ଅଚଂଳକୁ ଯାଉଥିଲେ । ଏହି ସମୟରେ ଆନ୍ଦୋଳନ ରତ ମହିଳା ମାନେ ଗାଡ଼ିକୁ ଅଟକାଇ ସୁକାନ୍ତ ମହାପାତ୍ରଙ୍କୁ ଟଣା ଓଟରା କରିବା ସହ ମାଡ଼ମାରି ମାଇନସ ଉପରକୁ ଛାଡ଼ିନଥିବା ନେଇ ସେ ଅଣ୍ଡିରା କଚଂ ଥାନାରେ ଲିଖିତ ଏତଲା ଦେଇଛନ୍ତ । ତେବେ ପୁଲିସ ଏତଲାକୁ ଭିତି କରି ପାଇକ କୁପାଖାଲ ଗାଁର ସରୋଜିନି ନାୟକ ,ମିଥିଲା ନାୟକ ,ରଞ୍ଜିତା ନାୟକ , ମମତା ନାୟକ , କନକ ନାୟକ ସମେତ ୩୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କେବଳ ୩୪ ମହିଳା ନୁହଁନ୍ତି ତାଙ୍କ ସହିତ ଥିବା ୮ ଜଣ ଶିଶୁଙ୍କ ମଧ୍ୟ ପୁଲିସ କାଶିପୁର ଏସଡ଼ିଜେଏମଙ୍କ କୋର୍ଟରେ ହାଜିର ପରେ ଜାମିନ ନାମଞ୍ଜୁର ପରେ ସମସ୍ତ ୪୨ ଜଟଣକୁ ବିଚାରବିଭାଗିୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ଏନେଇ ଆନ୍ଦାଳନ କରିଙ୍କ ପକ୍ଷରୁ ଥାନାରେ କୈଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ଏଠାରେ ସୁଚନା ଯୋଗ୍ୟକି ଉତ୍କଳ ଆଲୁମିନା ପକ୍ଷରୁ କାରଖାନା ଏବଂ ଏହାର ପାରିପାଶ୍ୱିକ ଅଚଂଳରେ ଚଳିତ ବର୍ଷ ୨ ଲକ୍ଷ ଗଛ ଲଗାଇ ବନି କରଣ କରିବାର ଯୋଜନା ରହିଛି । ଫଳରେ କାରଖାନାର ସିଏସଆର ଯୋଜନା ମାଧ୍ୟମରେ ପାଇକକୁପାଖାଲ ଗାଁରେ ବନିକରଣ ପାଇଁ ସୁର୍ଯ୍ୟପ୍ରଭା ନାରେ ଏକ ଯୋଜନା ହାତକୁ ନିଆଯାଇଥିଲା । ଏହି ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୪୦ ମହିଳାଙ୍କୁ ସାମିଲ କରାଯାଇ ଥିବା ବେଳେ ଗାଁରେ ଅନ୍ୟ ଏକ ଗୋଷ୍ଟି ଗାଁରେ ଥିବା ୧୮୨ ଜଣ ସମସ୍ତ ମହିଳାଙ୍କୁ ସାମିଲ କରିବା ପାଇଁ ଦାବି କରିଥିଲେ ।

ତେବେ ଏହାକୁ ନେଇ କାରଖାନା କତୃପକ୍ଷ ଏବଂ ଗ୍ରାମବାସୀ ମଧ୍ୟରେ ମତାନ୍ତର ଲାଗିରହିଥିବା ବେଳେ ଆଜିର ଏହି ଆନ୍ଦୋଳନକୁ ଖୋରାକ ଯୋଗାଇଛି । ସେପଟେ ଗତ ଅକ୍ଟୋବର ଶେଷ ସପ୍ତାହରେ ଉତ୍କଳ ଆଲୁମିନା କମ୍ପାନି ପରିଷରରେ ବିସ୍ଥାପିତ ଏବଂ ପୁଲିସଙ୍କ ମଧ୍ୟରେ ମୁହାମୁହି ପରିସ୍ଥିତ ଉପୁଜି ଥିଲା । ଏପରିକି ବିସ୍ଥାପିତଙ୍କ ପଥର ମାଡ଼ରେ ଅନେକ ସୁରକ୍ଷା କର୍ମି , ପୁଲିସ ଏବଂ ଅଧିକାର ଆହତ ହେବା ସହ କମ୍ପାନି ଗାଡ଼ି ଏବଂ କଂଟ୍ରୋଲରୁମ ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀ । ଏହି ମାମଲାରେ ପୁଲିସ ୧୪ ଜଣକୁ ଗିରଫ କରିବା ସହ ନଭେମ୍ବର ୧ ତାରିଖରୁ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାରଖାନା ପରିଶର ଏବଂ ମାଇନସ ଅଚଂଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଧାରା ଉଠାଇ ନେବା ପରେ ଏବେ ପୁଣି କାରଖାନା ଅଚଂଳରେ ଉତେଜନା ଦେଖା ଦେଇଛି ।