ଫୁଲବାଣୀ,ଏନ୍ଏନ୍ଏସ୍: ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ସାମ୍ବାଦିକଙ୍କ ୫ ଦଫା ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଷଦର ପ୍ରମୁଖ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଓ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଚିଠିରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ସାମିଲ କରିବା, ୩୦ ବର୍ଷ ବୟସ ନିଜ ପିଲାଙ୍କୁ ସାମିଲ କରିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ଅବସରକାଳୀନ ଭତ୍ତା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବୀ ରହିଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ ଜାତୀୟ ପରିଷଦ ସଦସ୍ୟ ଶିବ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫିଲ ମୋହନ ନାୟକ, ବି ଭି ଶଙ୍କର, ସୁବାଷ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ସଦାଶିବ ପାତ୍ର, କୋଷାଧ୍ୟକ୍ଷ ସୁବାଷ ମହାରଣା, ସନ୍ତୋଷ କୁମାର ମିଶ୍ର, ମନୋରଞ୍ଜନ ରାୟ, ସଦାନନ୍ଦ ରଥ, ପାର୍ଥ ସାରଥୀ ବିଶ୍ୱାଳ, ବୈଦ୍ୟନାଥ ବେହେରା, ତ୍ରିନାଥ ସାହୁ, ଅଜିତ ମହାରଣା ଓ ବୈଦ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।