ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର-ଆଜି ତା ୦୧.୦୪.୨୦୨୨ ରିଖରେ ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ଉତ୍ସବ ଆରମ୍ଭରେ ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯିବା ସହ ଅତିଥି ମାନେ ଏହି ତିଥିର ମହାନତାକୁ ସେମାନଙ୍କର ଅଭିଭାଷଣରେ ବର୍ଣ୍ଣନା କରିଥିଲେ। ଏହି ବିବସ ପାଳନରେ ଯୋଗଦେଇ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ (ମଧ୍ୟ) ଭୁବନେଶ୍ବର ମୂକ-ବଧିର ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କୁ ଭଗବାନ ବୋଲି କହି “ମାନବ ସେବା ହିଁ ମାଧବ ସେବା” ବୋଲି ଅଭିହିତ କରିଥିଲେ। ଅମରେଶ ଜେନା, କର୍ପୋରେଟର ୱାର୍ଡ ନମ୍ବର -୪୫, ଭୁବନେଶ୍ଵର ମୁନିସିପାଲ କର୍ପୋରେସନ ଓଡିଆ ଭାଷା, ଜାତି, ଗୌରବ ଓ ସଂସ୍କୃତିର ଜୟ ଜୟକାର କରିଥିଲେ। ଏହି ଅବସରରେ ବନବାସ ଆଚାର୍ଯ୍ୟ, ଜେନେରାଲ ମ୍ୟାନେଜର, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ, ଭୁବନେଶ୍ବର ଓ ଶ୍ରୀକାନ୍ତ ଦାସ ରିଜୋନାଲ ମ୍ୟାନେଜର, ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ସତ୍ୟଭାମାଦେବୀ ୱେଲଫେୟାର ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁଶ୍ରୀ ନିରୋଳାଲକ୍ଷ୍ମୀ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରି ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ସଙ୍ଘମିତ୍ରା ମହାପାତ୍ର ସାଙ୍କେତିକ ଭାଷାରେ ଅତିଥି ମାନଙ୍କର ଅଭିଭାଷଣକୁ ଅନୁବାଦ କରିଥିଲେ। ଶୁଣି ପାରୁନଥିବା ଓ କହି ପାରୁନଥିବା ମୂକ-ବଧିର ଛାତ୍ରୀମାନେ ପାଦରେ ଘୁଙ୍ଗୁର ପିନ୍ଧି ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରି ସମବେତ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଦିବସକୁ ସାଫଲ୍ୟ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମକର୍ତ୍ତା ତଥା ଛାତ୍ର/ଛାତ୍ରୀମାନେ ସହଯୋଗ କରିଥିଲେ। ପରିଶେଷରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ପୂର୍ଣ୍ଣେନ୍ଦୁ ଶେଖର ପରିଡା ଅତିଥି ମାନଙ୍କର ବହୁ ମୂଲ୍ୟ ସମୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।