ୟୁଏସ ଓପନ: ଅଷ୍ଟ୍ରିଆର ଡୋମିନିକ ଥୀମ ବିଜୟ

ନ୍ୟୁୟର୍କ,ଏଜେନ୍ସି: ୟୁଏସ ଓପନ ପୁରୁଷ ସିଙ୍ଗିଲ୍ସ ମ୍ୟାଚର ଫାଇନାଲ ଆଜି ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅଷ୍ଟ୍ରିଆର ୨୭ ବର୍ଷୀୟ ଟେନିସ ଖେଳାଳି ଡୋମିନିକ ଥୀମ ବିଜୟ ହୋଇଛନ୍ତି। ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେବଙ୍କୁ ପରାସ୍ତ କରି ପ୍ରଥମ ପ୍ରଥମ ୟୁଏସ ଓପନ ଟାଇଟଲ ହାସଲ କରିଛନ୍ତି। ଏହି ମ୍ୟାଚଟିରେ ଥୀମ ୨-୬, ୪-୬, ୬-୪, ୭-୬(୬) ସ୍କୋର କରି ବଜୟ ହୋଇଛନ୍ତି।

ଟାଇବ୍ରେକ ଜରିଆରେ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଥୀମ ସେମିଫାଇନାଳରେ ଗତ ବର୍ଷର ଉପବିଜେତା ଦାନିଲ ମେଦଭେଦେବଙ୍କୁ ୬-୨, ୭-୬, ୭-୬ରେ ପରାସ୍ତ କରିଥିଲେ। ଥୀମ ୨ ବର୍ଷ ପୂର୍ବରୁ ଫ୍ରେଞ୍ଚ ଓପନ ଫାଇନାଲରେ ରାଫେଲ ନଡାଲଙ୍କ ଠାରୁ ହାରିଥିଲେ। କିନ୍ତୁ ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ନୋଭାକ ଜୋକୋଭିକଙ୍କୁ ପରାସ୍ତ କରିଥିଲେ।