ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକାର ୨ ରୋମିଓ ହେଲିକାପ୍ଟର

ସାନ ଡିଆଗୋ,ଏଜେନ୍ସି: ଭାରତ ଓ ଆମେରିକା ସେନା ସମ୍ପର୍କରେ ମଧ୍ୟରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ଆମେରିକା ନୌସେନା ନିଜର ଦୁଇଟି ଆଣ୍ଟି ସବମରିନ ଏମଏଚ-୬୦ଆର ରୋମିଓ ହେଲିକାପ୍ଟର ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛି। ଫେବୃଆରୀ ୨୦୧୯ରେ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆସିଥିଲେ। ଟ୍ରମ୍ପଙ୍କ ଗସ୍ତ ସମୟରେ ୨୪ଟି ଆଣ୍ଟି ସବମରିନ ମଲ୍ଟି ମିଶନ ରୋମିଓ ହେଲିକାପ୍ଟର ପାଇଁ ଚୁକ୍ତି ହୋଇଥିଲା। ଏନେଇ ହେଲିକାପ୍ଟର ନିର୍ମାତା କମ୍ପାନୀ ଲକହିଡ ମାର୍ଟିନ (ସିକୋର୍ସି)କୁ ଏହି ହେଲିକାପ୍ଟର ତିଆରି କରିବାକୁ ଆମେରିକା ଆଦେଶ ଦେଇଥିଲା। ହେଲିକାପ୍ଟର ତିଆରିକୁ ଆମେରିକା ନୌସେନା ଦେଖୁଛି। ଏଥିସହ ଆମେରିକା ନୌସେନା କମ୍ପାନୀର ଷ୍ଟକରେ ଥିବା ୩ ରୋମିଓ ହେଲିକାପ୍ଟର ଭାରତକୁ ଦେବାକୁ ନିଷ୍ପତ୍ତି କରିଛି।

ସୂଚନା ଅନୁସାରେ ଲକହିଡ କମ୍ପାନୀ ପୂର୍ବରୁ ଆମେରିକା ପାଇଁ ଏହି ହେଲିକାପ୍ଟର ତିଆରି କରୁଥିଲା। ଆମେରିକାର କହିବା ଅନୁସାରେ ୩ ହେଲିକାପ୍ଟରରୁ ଭାରତୀୟ ନୌସେନାକୁ ଆଜି ୨ଟି ହସ୍ତାନ୍ତର କରାଯାଇଛି। ଏହି ସମୟରେ ଆମେରିକାରେ ଥିବା ଭାରତୀୟ ରାଜଦୂତ ତରଣଜୀତ ସିଂହ ସିଂଧୁ ଉପସ୍ଥିତ ଥିଲେ। ଏହି ହେଲିକାପ୍ଟର ପାଇଁ ଭାରତ ଆମେରିକା ସହିତ ୨୧ ହଜାର କୋଟି ଟଙ୍କାରେ ଚୁକ୍ତି କରିଥିଲା।