ଆୟୁର୍ବେଦିକ ଉପାୟରେ ୟୁରିୟାର ଚିକିତ୍ସା

ପ୍ରତ୍ୟେକ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ୟୁରିୟାର କିଛି ମାତ୍ରା ନିଶ୍ଚିତ ଭାବରେ ମିଳିବ। ଯଦି ରକ୍ତରେ ୟୁରିଆର ସ୍ତର ବୃଦ୍ଧିପାଏ ତେବେ ଶରୀରର କିଛି ଅଂଶ ଖରାପ ହୋଇଯାଏ, ଯାହାଦ୍ୱାରା ଶରୀର ଅତିରିକ୍ତ ୟୁରିଆକୁ ସଫଳତା ପୂର୍ବକ ବାହାର କରିବାରେ ସକ୍ଷମ ହୋଇପାରେ ନାହିଁ। ଏହି ୟୁରିଆ ଲିଭରରେ ତିଆରି ହୁଏ, ଯେଉଁଠାରେ ପ୍ରୋଟିନ୍ ମେଟାବୋଲିଜମ୍ ର କେମିକାଲ ସନ୍ତୁଳନର ପ୍ରକ୍ରିୟା ହୋଇଥାଏ। ରକ୍ତରେ ୟୁରିୟାର ମାତ୍ରା ବୃଦ୍ଧି ପାଇଲେ ଏହା ସେତେବେଳ ପର୍ଯ୍ୟନ୍ତ ଆମ ଶରୀରର ଅଙ୍ଗରେ ସଞ୍ଚାରିତ ହୁଏ, ଯେ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଭାବରେ ପରିଷ୍କାର ନ ହୋଇଯାଏ।

ଏହା ଆମର ରକ୍ତରେ ଥାଏ ଓ କିଡନୀ ଓ ରକ୍ତ ପ୍ରବାହ ପାଇଁ ସମସ୍ୟା ଉତ୍ପନ୍ନ କରିଥାଏ। ଏହା ଦ୍ୱାରା ଜ୍ୱଳନ, ହାର୍ଟ ଫେଲିୟର, ବାନ୍ତି, ଝାଡ଼ା ହେବା ସହିତ ଡ଼ାଇବେଟିସ୍ ପରି ଗମ୍ଭୀର ରୋଗ ମଧ୍ୟ ହୁଏ। ଦୀର୍ଘ ଦିନ ଧରି ୟୁରିୟା ରକ୍ତରେ ରହିଲେ କିଡନୀକୁ କ୍ଷତି କରିଥାଏ ଓ ଶୋଷ, ମୁଣ୍ଡ ବିନ୍ଧା, କ୍ଲାନ୍ତି, ମୁଣ୍ଡ ବୁଲେଇବା, ପେଟ ବ୍ୟଥା ପରି ସମସ୍ୟା ଦେଖାଦେଇଥାଏ। ଯଦି ଆପଣ ଏହି ସମସ୍ୟା ଭିତରେ ଅଛନ୍ତି ତେବେ ୪ଟି ଆୟୁର୍ବେଦିକ ଉପାୟରେ ୟୁରିୟା ସ୍ତରକୁ କମ୍ କରନ୍ତୁ।

ପୁନର୍ନବା : ଏହି ଜଡ଼ିବୁଟି ବିନା କୌଣସି ଖରାପ ପ୍ରଭାବରେ ଫୁଲିବା କମ୍ କରି କିଡନୀରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।

ବରୁଣ : ଏହି ଔଷଧ କିଡ଼ନୀ ଷ୍ଟୋନ ଚିକିତ୍ସାରେ ବ୍ୟବହାର କରାଯାଏ ଓ ଏହା ମୂତ୍ର ସଂକ୍ରମଣର ଚିକିତ୍ସା ପାଇଁ ମଧ୍ୟ କାମରେ ଆସିଥାଏ। ମୂତ୍ର ପଥର ବାଧା ଉପୁଜୁଥିବା କୌଣସି ତତ୍ତ୍ୱକୁ ହଟାଇବାରେ ଏହା ସାହାଯ୍ୟ କରିଥାଏ। ଏହା କିଡ଼ନୀରେ ଅତିରିକ୍ତ ତରଳ ପଦାର୍ଥର ନିର୍ମାଣ ଓ ଫୁଲିବା କମ୍ କରିଥାଏ।

ଗୋକଶୁର : ଏହା ଏକ ମୂତ୍ରବର୍ଦ୍ଧକ ଔଷଧ, ଯାହା କିଡ଼ନୀର ଦୁର୍ବଳ କୋଶିକାକୁ ତାକତ ଦେଇଥାଏ ଓ ପୁଣି ଶକ୍ତିଶାଳୀ କରିବାରେ କାମ ଆସିଥାଏ। ଏହାର ପ୍ରୟୋଗ ଏକ ହର୍ବାଲ ଶକ୍ତିଶାଳୀ ଟନିକ୍ ଭାବରେ କରାଯାଇପାରେ।

ହାଇଗ୍ରୋଫିଲା ଅରିକୁଳତା : ଏହା ରକ୍ତରେ ୟୁରିକ ଏସିଡ଼୍ ର ମାତ୍ରା କମ୍ କରିବା ପାଇଁ ଏକ ଜରୁରୀ ଆୟର୍ବେଦିକ ଔଷଧ ଅଟେ।