ସୁଟିଂ ପାଇଁ ସିଗାରେଟ ଟାଣୁଥିଲେ ଊର୍ବଶୀ, ଆରମ୍ଭ ହେଲା ହୋ ହଲ୍ଲା

ଏକ ମ୍ୟୁଜିକ ଭିଡିଓର ସୁଟିଂ ପାଇଁ ସିଗାରେଟ ଟାଣୁଥିଲେ ବଲିଉଡ ଆକ୍ଟ୍ରେସ ଊର୍ବଶୀ ରୌତେଲା। ତେବେ ଧୂମପାନରେ ଅଭ୍ୟସ୍ତ ନଥିବା ଊର୍ବଶୀଙ୍କ ପାଇଁ ଏହା କଷ୍ଟକର ଥିଲା। ଅସାବଧାନତାବଶତଃ ତାଙ୍କ ଦେହରେ ପଡ଼ିଯାଇଥିଲା ସିଗରେଟ ଓ କିଛି ସମୟ ପାଇଁ ସୁଟିଂ ସେଟରେ ଆରମ୍ଭ ହୋଇଯାଇଥିଲା ହୋ ହଲ୍ଲା। ସୋସିଆଲ ମିଡିଆରେ ବେଶ ସକ୍ରିୟ ଊର୍ବଶୀ ଏ ଘଟଣାର ଭିଡିଓ ସେୟାର କରିଛନ୍ତି ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ। ଏହା ସହିତ ଊର୍ବଶୀ ଲେଖିଛନ୍ତି – ମୁଁ ବଡ଼ପାଟିରେ କହିଥିଲି ଯେ, ମୋତେ ସିଗାରେଟ ପିଇବା ଆସେନି।

ଯେଉଁମାନେ ଧୂମପାନ କରନ୍ତିନାହିଁ ତାଙ୍କ ପାଇଁ ଏସବୁ ଭାରି ଅଡ଼ୁଆ। ଧୂମପାନ ମଧ୍ୟ ଶରୀର ପାଇଁ କ୍ଷତିକାରକ।’ ଏହା ହନି ସିଂହ ଓ ସୁଖବୀରଙ୍କ ଗୀତ ‘ଗଲ ବନ ଗୟି…’ର ମ୍ୟୁଜିକ ଭିଡିଓ ସୁଟିଂ ସମୟର। ଏଥିରେ ରହିଛି ଊର୍ବଶୀଙ୍କ ବୋଲ୍ଡ କ୍ୟାରେକ୍ଟର। ଏଥିପାଇଁ ତାଙ୍କୁ ଧୂମପାନ କରିବାର ଥିଲା ଓ ସେ କିଭଳି ଅଡ଼ୁଆରେ ପଡ଼ୁଛନ୍ତି, ତାହା ଦେଖିବାକୁ ମିଳୁଛି ଭିଡିଓରେ। ଟି ସିରିଜର ଏହି ମ୍ୟୁଜିକ ଭିଡିଓଟିକୁ ଇତିମଧ୍ୟରେ ୧୧ କୋଟିରୁ ଅଧିକ ଥର ଦେଖିସାରିଲେଣି ପ୍ରଶଂସକ।