ଅକ୍ଟୋବର ୪ରେ ୟୁପିଏସି ପ୍ରିଲିମ ପରୀକ୍ଷା

ନୂଆଦିଲ୍ଲୀ: ୟୁପିଏସି ପ୍ରିଲିମ ଓ ମେନ ପରୀକ୍ଷାର ନୂଆ ତାରିଖ ଜାରି କରାଯାଇଛି। ନୂଆ ତାରିଖ ଅନୁଯାୟୀ ପ୍ରିଲିମ ଅକ୍ଟୋବର ୪ରେ ଓ ମେନ ପରୀକ୍ଷା ୨୦୨୧ ଜାନୁଆରୀ ୮ରେ ଆୟୋଜିତ ହେବ।

ସୂଚନାଯୋଗ୍ୟ, ୟୁପିଏସି ପରୀକ୍ଷା ପୂର୍ବରୁ ମେ’ ୩୧ରୁ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଓ ଲକଡାଉନ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ୟୁପିଏସିର ଅଫିସିଆଲ ୱେବସାଇଟରେ ପରୀକ୍ଷା ସ୍ଥଗିତ ରହିବାର ସୂଚନା ମେ’ ୪ ତାରିଖରେ ଜାରି କରାଯାଇଥିଲା।