ଆଉ ନାହାନ୍ତି ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡସିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ନାହାନ୍ତି ୯୦ ଦଶକର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡ ସିଂ। ହୃଦ୍‌ଘାତରେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୯୦ ଦଶକରେ ଆକାଶବାଣୀର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ସ୍ୱର ଉପେନ୍ଦ୍ରଙ୍କର ଥିବା ବେଳେ ତାଙ୍କର ସମ୍ବାଦ ପଢିବାର ଶୈଳୀ ତାଙ୍କୁ ସମସ୍ତଙ୍କ ଠାରୁ ଏକ ଭିନ୍ନ ପରିଚୟ ଦେଇଥିଲା।