ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ, ପୁଣି ଗଲା ୩ ଜୀବନ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ଲଗାତାର ୩ଦିନ ଧରି  ବର୍ଷା ହେଉଥିବାବେଳେ କାନ୍ଥ ଭୁଶୁଡ଼ି ଅନେକଙ୍କ ଜୀବନ ଗଲାଣି। ଏହି ପରିପ୍ରେକ୍ଷୀରେ ୧୦୦ରୁ ଊର୍ଦ୍ଧ୍ୱ ମାଟି ଘରର କାନ୍ଥ ଭୁଶୁଡ଼ି ଥିବାବେଳେ ଏହାତଳେ ଅନେକ ଜୀବନ ଗଲାଣି। ସେହିପରି ଶନିବାର କାନ୍ଥ ଭୁଶୁଡ଼ି ବାପା, ମାଆ ଓ ପୁଅର ମୃତ୍ୟୁ ହୋଇଛି। ସେମାନେ ହେଲେ ଲକ୍ଷ୍ନୌ ଅଞ୍ଚଳର ସତୀଶ, କେସରବାନୀ(୬୦), ତାଙ୍କ ପତ୍ନୀ ମଧୁ(୫୫) ଓ ପୁଅ କିଶନ(୨୬)

ସୂଚନା ଅନୁସାରେ ସତୀଶ ଏକ କୋରିଅର କମ୍ପାନୀରେ ଚାକିରି କରନ୍ତି। ଶୁକ୍ରବାର ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ ତାଙ୍କ ଘରେ ପାଣି ଧସେଇଥିଲା। ସେହି ସମୟରେ ସେ ଶୋଇଥିବାବେଳେ ହଠାତ କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଲକ୍ଷ୍ନୌରେ ଲଗାଣ ବର୍ଷା ଯୋଗୁଁ ୧୫ଜଣ ପ୍ରାଣ ହରାଇଥିବାବେଳେ ପ୍ରୟାଗରାଜଠାରେ ୧୪, ପୂର୍ବାଞ୍ଚଳରେ ୧୭ ଓବୁନ୍ଦେଲଖଣ୍ଡରେ ୭ଜଣଙ୍କ ଜୀବନ ଯାଇଛି।