ଲଭ ଜିହାଦ ଅଧ୍ୟାଦେଶକୁ ମଞ୍ଜୁରୀ ଦେଲେ ଉତ୍ତରପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ‘ଲଭ୍ ଜିହାଦ’ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ନଭେମ୍ବର ୨୪ ତାରିଖରେ ପ୍ରଦେଶ ମନ୍ତ୍ରୀମଣ୍ଡଳ ୟୁପିରେ ଲଭ ଜିହାଦ ମାମଲା ରୋକିବା ପାଇଁ ଅଧ୍ୟାଦେଶ ରାଜ୍ୟପାଳଙ୍କୁ ପଠାଇ ଦେଇଥିଲେ। ଏହି ଅଧ୍ୟାଦେଶ ଅନ୍ତର୍ଗତ ଛଳ, କପଟ, ପ୍ରଲୋଭନ ଓ ବଳପୂର୍ବକ ଧର୍ମ ବଦଳାଇ ବିବାହ କଲେ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନା ଭରିବାକୁ ପଡ଼ିବ। ସାମୁହିକ ଧର୍ମ ପରିବର୍ତ୍ତନ ମାମଲାରେ ସମ୍ବୋଧିତ
ସାମାଜିକ ସଂଗଠନର ପଞ୍ଜୀକରଣ ରଦ୍ଦ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଅବସରରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ଏହି ଅଧ୍ୟାଦେଶ ବଳରେ ପ୍ରଦେଶରେ ଏଭଳି ଘଟଣାରେ ସମ୍ପୂର୍ଣ୍ଣ ବିରାମ ଲାଗିବ।