ବୁଡ଼ାଗୁଡ଼ା ନେଡିପାଙ୍ଗା ବିଲ ନାଳରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

ଦାରିଙ୍ଗବାଡି,ଏନ୍ଏନ୍ଏସ୍: ନବଜାତ ଶିଶୁ ପୁତ୍ରକୁ ଅଲୋଡା। ବିଲ ନାଳରୁ ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଜଣେ ନବଜାତ ଶିଶୁପୁତ୍ରକୁ ମଧ୍ୟ ଅଲୋଡ଼ା କରି ଦିଆଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ନେଡିପାଙ୍ଗା ଗ୍ରାମର କାଡ଼ଗି ନିକଟରେ ଥିବା ଏକ ବିଲ ନାଳରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ବାଲିଗୁଡ଼ା ପୁଲିସ ଉଦ୍ଧାର କରିଛି।

ବାଲିଗୁଡା ଥାନା ପୁଲିସ କେସ୍ ନମ୍ବର ୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ନେଇ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଏଥି ସହିତ ଉଦ୍ଧାର କରାଯାଇ ଥିବା ନବଜାତ ଶିଶୁଟିର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଆଜି ସକାଳୁ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।