ଶ୍ରମିକର ଅସ୍ୱାଭାବିକ ମୃତ୍ୟୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ହିର୍ମାସ୍ଥିତ ଏସଏମସି ପ୍ଲାଣ୍ଟର ଜଣେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଝାଡ଼ଖଣ୍ଡ ମୁପଶିଲ ଥାନା ଅଞ୍ଚଳର ସିଦେ୍ଧଶ୍ୱର ବୈପାଇନ୍ତରର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଗତକାଲି ରାତିରେ ସେ ପ୍ଲାଣ୍ଟରୁ ନିଜ କ୍ୱାର୍ଟରକୁ ଫେରି ଗାଧେଇବାକୁ ଯାଉଥିବା ସମୟରେ ଅସୁସ୍ଥ ଅନୁଭବ କରି ପଡ଼ିଯାଇଥିଲେ। ପରେ ତାଙ୍କୁ ପ୍ଲାଣ୍ଟର କର୍ମଚାରୀ ଓ ଶ୍ରମିକମାନେ ମିଶି ଜିଲା୍ଲ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବଡ଼ମାଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପ୍ଲାଣ୍ଟରେ କାମ କରୁଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କୁ ହସ୍ତାନ୍ତର କରିଛି ବୋଲି ବଡ଼ମାଲ ଥାନାଧିକାରୀ ସୂଚନା ଦେଇଛନ୍ତି। ଏହାସହ ଜିଲ୍ଲା ପ୍ରଶାସନଠୁ ଅନୁମତି ନେଇ ଶବକୁ ଝାଡ଼ଖଣ୍ଡସ୍ଥିତ ତାଙ୍କ ଘରକୁ ପଠାଯିବାର ବ୍ୟବସ୍ଥା ପ୍ଲାଣ୍ଟ କର୍ତ୍ତୃର୍ପକ୍ଷ କରୁଥିବା ଜଣାପଡ଼ିଛି।