ଉନ୍ନାଓ ଦୁଷ୍କର୍ମ ମାମଲା: ବିଧାୟକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉନ୍ନାଓ ଅପହରଣ ଓ ବଳାତ୍କାର ମାମଲାରେ ବିଧାୟକ କୁଲଦୀପ ସିଂହ ସେନେଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟ ଅଭିଯୁକ୍ତ ବିଧାୟକ ସେନେଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ସିବିଆଇର କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବହୁ ବିଳମ୍ବରେ ଚାର୍ଜଶିଟ୍‌ ଦାଖଲ ହୋଇଥିବାରୁ କୋର୍ଟ ସିବିଆଇକୁ ସମାଲୋଚନା କରିଛନ୍ତି। ମାମଲାରେ ଅନ୍ୟତମ ଅଭିଯୁକ୍ତ ଶଶି ସିଂହଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। କୋର୍ଟ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ତାରିଖରେ ସେନେଗାରଙ୍କ ଦଣ୍ଡାଦେଶ ରାୟର ଶୁଣାଣି କରିବେ।