ଅନଲକ-୪ ଗାଇଡଲାଇନ୍: ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ

ନୂଆଦିଲ୍ଲୀ, ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ଅନଲକ-୪ ଗାଇଡ ଲାଇନ୍। ଅନଲକ -୪ରେ ବିଭିନ୍ନ କ୍ଷେତ୍ରରେ କୋହଳ କରାଯାଇଛି। ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ମିଳିଛି। ଏଥିପାଇଁ ଏସଓପି ଜାରି ହେବ। ସାମାଜିକ, ଶୈକ୍ଷିକ, କ୍ରୀଡା, ସାଂସ୍କୃତିକ, ଧାର୍ମୀୟ ସମାବେଶକୁ ଅନୁମିତି ମିଳିଛି। ଏହାସହ ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ସେହିପରି ଆଇଟିଆଇ ଗୁଡିକରେ ଟ୍ରେନିଂ ଦେବାକୁ ୨୧ରୁ ଅନୁମିତି ମିଳିବ। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ହେଲେ ଶିକ୍ଷକଙ୍କଠାରୁ ପାଠ ବୁଝିବାକୁ ହେଲେ ୯ରୁ ଦ୍ୱାଦଶ ଶ୍ରେଣୀପିଲା ସ୍କୁଲ ଯାଇପାରିବେ। ଏଥିପାଇଁ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ନେବାକୁ ହେବ। ଏହିସବୁ ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ ଏବଂ ଏଥିପାଇଁ ଏସଓପି ଜାରିହେବ।