ଅନଲକ୍ -୩ : ଉଠିଲା ରାତ୍ରୀକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ-୩କୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ରାତ୍ରିକାଳୀନ କର୍ଫ୍ୟୁୁକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି  ନିର୍ଦ୍ଦେଶ ରହିଛି। ସ୍କୁଲ, କଲେଜ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ବିମାନ ଚଳାଚଳ ଉପରେ କଟକଣା  ଲାଗୁ ରହିବ ।  ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଞ୍ଜନ ପାର୍କ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ମେଟ୍ରୋ ରେଳ ଚଳାଚଳ,  ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ ।

ଅନ୍ୟପକ୍ଷରେ ଅଗଷ୍ଟ ୫ରୁ ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଇଥିବବେଳେ ସେଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି ।