ଭୁବନେଶ୍ୱର, ଏନ୍ ଏନ୍ ଏସ୍ : ଏବେ ଦେଶରେ ଆରମ୍ଭ ହୋଇଛି ଅନଲକ ୨.୦। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ ଜାରି କରିଛନ୍ତି । ସାଢେ ତିନିମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ। ମାସ୍କ, ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ। ଲକ୍ଷଣଯୁକ୍ତ ଲୋକସେଠାକୁ ଆସିବେ, ଆଇସୋଲେସନରେ ରହିବେ। କୋଭିଡ୍ କେୟାର ହୋମ ଦାୟିତ୍ୱରେ ବି ସରପଞ୍ଚମାନେ ରହିବେ।
୧- ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ
୨- ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ
୩- ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା
୪-ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ
୫- ସ୍କୁଲ, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏଁ ବନ୍ଦ
୬-ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ କେବଳ ପାର୍ସଲ ନେଇହେବ
୭-ରାତି ୯ରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ
୮-ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ
୯-ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ
୧୦-ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣା ମୁକ୍ତ
୧୧-୫୦ରୁ ଅଧିକ ଆକ୍ଟିଭ କେସ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା
୧୨-ଜୋନ-୧ରେ ଆସୁଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଜାରି ରହିବ
୧୩-ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିପାରିବେ
୧୪-ଏହି ୧୦ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲା ଜୋନ-୨ରେ ରହିବେ
୧୫-ମାସ୍କ, ସାମାଜିକ ଦୂରତ୍ୱ ନିୟମ କଡାକଡି ପାଳନ କରାଯିବ
୧୬-ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ କରାଯିବ
୧୭-ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ
୧୮-ଜୁଲାଇ ମାସରେ ଚେକିଂ ଜୋରଦାର ହେବ, କଡା କାର୍ଯ୍ୟାନୁଷ୍ଠାନ ହେବ
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା କଣ୍ଟେନମେଣ୍ଟ ଅଞ୍ଚଳ ପାଇଁ ଜାରି ନିୟମାବଳୀକୁ ଗ୍ରହଣ କରିଥିବା ମୁଖ୍ୟ ସଚିବ ସୂଚନା ଦେବା ସହ ସେହି ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କହିଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ ବାହାରେ କେଉଁ ବ୍ୟବସ୍ଥା ରହିବ ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।