ନୂଆଦିଲ୍ଲୀ,ଏଜେନ୍ସି: ଆଜି ଠାରୁ ସାରା ଦେଶରୁ ଲକଡାଉନ କଟକଣା ମୁକ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ରାଜ୍ୟ ପକ୍ଷରୁ କଟକଣା ଜାରି ରହିଛି। ତେବେ ଏହାକୁ ଅନଲକ୍-୧ କୁହାଯାଉଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି। ସେହିପରି ସାରା ଦେଶରୁ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଲକଡାଉନ ଉଠାଯିବ।
ତେବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳର ଦ୍ୱିତୀୟ ଅଧ୍ୟାୟରେ ଏହା ପ୍ରଥମ କ୍ୟାବିନେଟର ବୈଠକ। ଏବଂ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କରୋନା ଏକ ଅଦୃଶ୍ୟ ଶତ୍ରୁ, କିନ୍ତୁ ଆମର କରୋନା ଯୋଦ୍ଧାମାନେ ଅପରାଜେୟ’ ବୋଲି କହିଛନ୍ତି। ଏବଂ ଏହି ଯୁଦ୍ଧରେ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଥିବା ମେଡ଼ିକାଲ କର୍ମଚାରୀ ନିଶ୍ଚିତ ବିଜୟୀ ହେବେ ବୋଲି କହିଛନ୍ତି।