ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମପିଭି- ୮୩ ଗ୍ରାମରେ ଆଜି ଏକ ପାରାଚ୍ୟୁଟ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଏକ ଜମିରେ ଏହି ପାରାଚ୍ୟୁଟଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପାରାଚ୍ୟୁଟରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ଚିହ୍ନ ରହିଛି। ପ୍ରଥମ ଥର ପାଇଁ ଉକ୍ତ ଗ୍ରାମରେ ଏଭଳି ପାରାଚ୍ୟୁଟକୁ ଦେଖିବାକୁ ମଳିଛି। ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେନେଇ କୌଣସି ଖବର ନଥିବାବେଳେ ଲୋକେ ଏହାକୁ ଦେଖିବାକୁ ଭିଡ଼ ଜମାଇଛନ୍ତି। ଘଟଣା ସ୍ଥଳରେ ମୋଟୁ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।