ଟ୍ରେନ ଭିତରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ରେଳୱେ ଷ୍ଟେସନ ପ୍ଲାଟଫର୍ମ ୱାସିଂ ୟାଡ଼ର୍ରେ ସଫେଇ ପାଇଁ ରହୁଥିବା ପାସେଞ୍ଜର ଟ୍ରେନ ଭିତରୁ ଜଣେ ଅଜଣା ଯୁବକର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ତେବେ ମୃତ ଯୁବକ ଜଣଙ୍କ କିଏ ଓ ଟ୍ରେନ ଭିତରେ ତାର ମୃତ ଦେହ କିପରି ଆସିଲା ତାହା ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନା ଅନୁସାରେ ଝାରସୁଗୁଡା ରେଳୱେ ଷ୍ଟେସନ ୱାସିଂ ଲାଇନରେ ଟ୍ରେନଗୁଡ଼ିକ ସଫେଇ ହେବା ପାଇଁ ଥୁଆ ହୋଇଥିବାବେଳେ ହାଟିଆ-ଝାରସୁଗୁଡା ମେମୋ (୬୮୬୨) ପ୍ୟାସେଞ୍ଜର ଟ୍ରେନ ଭିତରେ ଜଣେ ଯୁବକର ମୃତ ଦେହ ଦେଖି କର୍ମଚାରୀମାନେ ଜିଆରପି ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇବା ପରେ ଯୁବକର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ବ୍ୟବଚ୍ଛେଦ ପରେ ମୃତୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।