କାଠଯୋଡ଼ି ନଦୀ କୂଳରୁ ମିଳିଲା ଅଜଣା ଶବ

କଟକ,ଏନ୍ଏନ୍ଏସ୍: ଆଜି ସକାଳୁ କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ କାଠଯୋଡ଼ି ନଦୀ କୂଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ମିଳିଛି। ସେଠାରେ ଗୋଟିଏ ପଥର ଉପରେ କିଛି ଲୁଗାପଟା ଥୁଆ ହୋଇଥିବାବେଳେ ଏକ ଟିଭିଏସ ମୋପେଡ ମଧ୍ୟ ଅଛି। ଗାଡି ନମ୍ବରରୁ ଯାହା ଜଣାପଡୁଛି ଯେ ଗାଡିର ମାଲିକର ନାଁ ବାବୁଲା ପ୍ରସାଦ ସାହୁ। ମୁହଁ ମାଡି ପଡିଥିବା ଏହି ଶବର ପାରିପାର୍ଶ୍ବିକ ପରିସ୍ଥିତିରୁ ଲୋକଟିକୁ ବାତ ମାରିବା କିମ୍ବା ହୃଦଘାତ ହୋଇଥିବା ଅନୁମାନ କରାଯାଉଛି।