କାଲିଠୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମ ଛୁଟି ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ରାଜ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି କରିଛନ୍ତି। ଖରା ଛୁଟି ଅବଧିରେ ଅନଲାଇନ କ୍ଲାସ ଓ ପରିକ୍ଷା କରାଯିବା ମନା।