ୟୁନିଟ୍ -୪ ମାଛ ମାର୍କେଟ ସ୍ଥାନାନ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱର ୟୁନିଟ୍-୪ ମାଛ ମାର୍କେଟ ସ୍ଥାନାନ୍ତର ପାଇଁ ନିଷ୍ପତି ନିଆଯାଇଛି। ୧୫୦ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ ବିଏମସି ପକ୍ଷରୁ ସୂଚନା ମିଳିଛି। ବୁଧବାର ଠାରୁ ଶାସ୍ତ୍ରୀ ନଗରରୁ ରେଡକ୍ରସ୍ ଭବନ ପଟେଲ ମାର୍ଗରେ ବସିବେ ବ୍ୟବସାୟୀ ବୋଲି ସ୍ଥିର ହୋଇଛି। ୟୁନିଟ୍-୪ ମାର୍କେଟରେ ଚିକେନ୍ ଓ ମଟନ ଦୋକାନ ପୂର୍ବପରି ଚାଲିବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର।