ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହେଲେ ନବଦମ୍ପତି

ଆଳି,ଏନ୍ଏନ୍ଏସ୍: ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ସାମାଜିକ ଦୂରତା ରକ୍ଷା କରି ପୁଲିସ ଉପସ୍ଥିତିରେ ଏକ ନିଆରା ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଯାହାକି ସମଗ୍ର ଆଳି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଆଳି ବ୍ଳକ୍ କଳଦିଆ ଗ୍ରାମର ହରିହର ପଣ୍ଡାଙ୍କ ପୁଅ ସନ୍ତୋଷ ପଣ୍ଡା ଓ ପାଳପାଟଣା ଶ୍ରୀରାମପୁର ନିବାସୀ କ୍ଷୀରୋଦ ପତିଙ୍କ ଝିଅ ମନୀଷା ପତିଙ୍କର ପୂର୍ବରୁ ବାହାଘର ସ୍ଥିର ହୋଇଥିଲା। ଲକଡାଉନ ଯୋଗୁଁ ବିବାହ ଅଟକିଥିଲା। ସ୍ଥାନୀୟ ସମାଜସେବୀ ଭଗବାନ ନାୟକଙ୍କ ପ୍ରଚେଷ୍ଟାରେ ଶନିବାର ପୂର୍ବାହ୍ଣରେ ଆଳି ନମୌଜା ମୃଗନୟନୀ ସ୍ଥିତ ସାରସ୍ୱତ ଆସନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷାକରି ଏହି ବିବାହ ସମ୍ପର୍ଣ୍ଣ ହୋଇଛି।