କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ଅନୁମୋଦନ

ଟ୍ୱିଟ କରି ଜଣାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ନିର୍ମାଣକୁ ଆଜି ଅନୁମୋଦନ ଦେଇଛନ୍ତି କେନ୍ଦୟ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ। ରାଜଧାନୀରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବରୁ ପ୍ରସ୍ତାବ ରହିଥିଲା ଆଜି ଏନେଇ ଭୁବନେଶ୍ୱର ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ପରେ ରିଙ୍ଗ୍ ରୋଡ୍ ନିର୍ମାଣକୁ ଅନୁମୋଦନ ମିଳିଛି।

ତେବେ ଏହି ପ୍ରକଳ୍ପରେ ଭୁବନେଶ୍ୱରର କସମୋ ପୁଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ହେବ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।