କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ

ଦୁଇ ଦେଶ ମଧ୍ୟରେ ଉର୍ଜା ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,ଏନ୍ଏନ୍ଏସ୍: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାର୍ପର ଏବଂ ସାସ୍କାଚେୱାନର ବାଣିଜ୍ୟ ଓ ଯୋଗାଣ ବିକାଶ ମନ୍ତ୍ରୀ ଜେର୍ମୀ ହାରିସନ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ସାସ୍କାଚେୱାନ୍ ସମେତ ଭାରତ ଓ କାନାଡା ମଧ୍ୟରେ ଉର୍ଜା କ୍ଷେତ୍ର ଏବଂ ହାଇଡ୍ରାକାର୍ବନ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା। ଭାରତ ଓ କାନାଡା ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମଜବୁତ୍ କରିବା ଉପରେ ଚର୍ଚ୍ଚା ହୋଇଥିଲା।