ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ପାଖେଇ ଆସୁଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଡଭାଇଜରୀ ଜାରି କରିଛନ୍ତି । ସବୁ ରାଜ୍ୟକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଏଥିସହିତ କରୋନାକୁ ରୋକିବା ପାଇଁ ୫ଟି ଉପାୟ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦେଶର ସମଗ୍ର ରାଜ୍ୟରେ ପାର୍ବଣ ଋତୁରେ ଭିଡ଼ ଏକତ୍ରିତ ହୋଇଥାଏ। ସେଥିପାଇଁ କରୋନା ସଂକ୍ରମଣକୁ ରୋକିବାର ଆବଶ୍ୟକତା ରହିଛି । ୫ଟି ଉପାୟରେ କରୋନାକୁ ସଠିକ ରୂପେ ମୁକାବିଲା କରାଯାଇପାରିବ । ଏହି ଉପାୟ ଅନ୍ତର୍ଗତ ଟେଷ୍ଟିଂ, ଟ୍ରେକିଂ, ଉପଚାର, ଟିକାକରଣ ଓ ଏହି ୪ଟି ନିୟମକୁ ଭଲ ଭାବେ ପାଳନ କରିବାର ଆବଶ୍ୟକତା ରହିଛି ।