ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀମନ୍ଦିରରେ ଅଘଟଣ ଘଟଣା। ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ କିନ୍ନର ହେଉଛନ୍ତି ନିମାପଡାର ବଳରାମ ରାଉତ। ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ସେନେଇ ଜଣାପଡିନାହିଁ।
ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆଜି ଶ୍ରୀମନ୍ଦିରରେ ଏଭଳି ଅଘଟଣ ଘଟିବା ପରେ ଭକ୍ତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି।
ବ୍ୟାପକ ପୋଲିସ ଫୋର୍ସ, ଶ୍ରୀମନ୍ଦିର କର୍ମଚାରୀ ମୁତୟନ ହେବା ପରେ ବି ଜମେ କିନ୍ନର କିପରି ସିଂହଦ୍ୱାର ଗୁମୁଟକୁ ଚଢି ଆତ୍ମହତ୍ୟା କରିବା ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛି। ସୂଚନା ଅନୁସାରେ, ରବିବାର ଅପରାହ୍ଣରେ ଜଣେ ମହିଳା ସିଂହଦ୍ୱାର ଗୁମୁଟ ଉପରୁ ଢେଇଁ ପଡିଥିଲେ। ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ତେବେ ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।