ରାଗିଂ ରୋକିବା ପାଇଁ ଅଣ୍ଡରଟେକିଂ

କଟକ,ଏନ୍‌ଏନ୍‌ଏସ୍‌: ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ତତ୍ପରତା ଦେଖାଇଛି । ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖିଛନ୍ତି । ଏଥିରେ ଆଡମିଶନ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲାଇନ କିମ୍ବା ଅଫଲାଇନରେ ଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ କରାଯାଇଛି । ଲିଫଲେଟ୍ କିମ୍ବା କଲେଜ କାନ୍ଥରେ ହେଲ୍ପଲାଇନ ନଂ ଲେଖିବାକୁ ନିର୍ଦ୍ଦେଶ ରହିଛି । ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ସହ ପିଲାଙ୍କୁ ସତର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଟିଂ ରାଗିଂ ସ୍କ୍ୱାଡ ହଷ୍ଟେଲ ଓ କ୍ଲାସ ରୁମ ବୁଲି ସ୍ଥିତି ସମୀକ୍ଷା କରିବାକୁ ମଧ୍ୟ କୁହାଯାଇଛି । ରାଗିଂ ପ୍ରମାଣିତ ହେଲେ କିମ୍ବା ଉସୁକାଇଥିଲେ ଏଫଆଇଆର ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ଏଫଆଇଆର ପଦକ୍ଷେପକୁ ଅପେକ୍ଷା ନକରି କଲେଜ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚିତ କରାଯାଇଛି ।