ଭଣଜାର ଶବ ଦାହ କରିବାକୁ ଆସି ଶବ ପାଲଟିଗଲେ ମାମୁଁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ମହାଜନମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଭଣଜାର ଶବ ଦାହ କରି ଘରକୁ ଫେରୁଥିବା ବେଳେ ପାଣିରେ ବୁଡି ବୃନ୍ଦାବନପୁର ଗାଁର ସମରା ଧାଙ୍ଗରଙ୍କ ମୃତ୍ଯୁ ଘଟିଛି।

ମହାଜନମୁଣ୍ଡା ଗାଁରେ ରହୁଥିବା ଭଣଜା ପବିତ୍ର ମୁଣ୍ଡାଙ୍କ ମୃତ୍ୟୁ ଖବର ପାଇ ଶବ ସଂସ୍କାର ପାଇଁ ଆଜି ସକାଳୁ  ଆସିଥିଲେ। ସମରା ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଥିବା ଏକ ଛୋଟିଆ ନାଳରେ ପଡି ତାଙ୍କର ମୃତ୍ୟୁ ଘଟିଛି। ସେହି ରାସ୍ତା ଦେଇ ଶବ ସଂସ୍କାର କରି ଫେରୁଥିବା ଅନ୍ଯମାନେ ସମରାଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।